ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ ମିଳିଲା । ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ନିୟମିତ ଜାମିନ ଆବେଦନ ଖାରଜ କରି ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ ।୭ ବର୍ଷ ଜେଲରେ ରହିଥିବାରୁ ଓ ବିଚାର ପ୍ରକ୍ରିୟା ଆଗେଇ ନଥିବାରୁ ମିଳିଛି ଜାମିନ । ଅକ୍ଟୋବର ୧ରୁ ୨୦୨୧ ଜାନୁଆରୀ ୨ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଛି । ୧ କୋଟି ଟଙ୍କା ନଗଦ ଜମା କରି ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ୨ କୋଟି ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିପାରିବ ଜାମିନ । ପାସପୋର୍ଟ ଜମା କରିବେ, ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ସହ ଦୀପକ ଗୁପ୍ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0