spot_img

ଦୁର୍ନୀତି ମାମାଲାରେ ତିନି ପୁର୍ବତନ ମୁଖ୍ୟଙ୍କ ବିରୋଧରେ କଣ ରହିଛି ଆକ୍ସନ.?

ସିବିଆଇକୁ ପ୍ରଶ୍ନ କଲେ ଦିଲ୍ଲୀ ହାଇକୋର୍ଟ ।୨୦୧୭ରେ ଲାଂଚ ମାମାଲାରେ ସିବିଆଇର ପୁର୍ବତନ ନିଦେ୍ର୍ଦଶକ ରଂଜିତା ସିଂହ୍ନା ,ଏପି ସିଂହ, ଓ ଆଲୋକ ବର୍ମାକୁ କଣ ପାଇଁ ଜେରା କଲା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସୁଚନାଅନୁଯାୟୀ ସିବିଆଇର ପୁର୍ବତନ ନିଦେ୍ର୍ଦଶକ ରଂଜିତ ସିଂହ୍ନା, ଏପି ସିଂ , ଓ ଆଲୋକ ବର୍ମାଙ୍କ ବିରୋଧରେ ଲାଂଚ ମାମାଲା ରୁଜୁ ହୋଇଥିଲା । ସେମାନେ ମାଂସ ବ୍ୟବସାୟୀ ମୋଇନି କୁ୍ୟରିସଙ୍କଠାରୁ ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏହା ସହ ଆହୁରି ମଧ୍ୟ ଅଭିଯୋଗ ହୋଇଥିଲା ଯେ କୁ୍ୟରେସି ଏସ୍ ପି ଙ୍କୁ ସାହାର୍ଯ୍ୟ କରିଥିଲେ । ଯିଏ କି ୨୦୧୨ରେ ସିବିଆଇ ନିଦେ୍ର୍ଦଶକ ଭାବେ ଅବସର ନେଇଥିଲେ । ସିବିଆଇ ର ସ୍ୱତନ୍ତ୍ର କୋର୍ଟରେ ଜର୍ଜ ସଂଜୀବ ଅଗ୍ରଫ୍ୱାଲ, ତଦନ୍ତକାରୀ ସଂସ୍ଥା କୁ ଅନେକ ପ୍ରଶ୍ନ ପଚାରିଥିଲେ । କୋର୍ଟ କହିଥିଲେ ଯେ ସିବିଆଇ ନିଜର ପୁର୍ବତନ ନିଦେ୍ର୍ଦଶକଙ୍କୁ ନିଜର ଅନୁକମ୍ପା ଦେଖାଇଛି । ସେମାନଙ୍କ ମାମାଲାକୁ ଲୁଚାଉଛି । ତଦନ୍ତ ଆଗକୁ ବଢାଇବାକୁ ଇଚ୍ଚୁକ ନଥିବା ଭଳି ଲାଗୁଛି । ସ୍ୱଚ୍ଚ ତଦନ୍ତର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular