ଦୁବାଇ: ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଆଜି ମୁହାଁ ମୁହିଁ । ତେବେ ଉଭୟ ଦୋଳରେ ଏକାଧିକ ବିସ୍ଫୋରକ ବ୍ୟାଟସମ୍ୟାନ ଥିବାରୁ ଆଜିର ମ୍ୟାଚ କଡ଼ା ଟକ୍କର ହେବାକୁ ଯାଉଛି । ରୋହିତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲରେ ୨ପଏଣ୍ଟ ହାସଲ କରିଛି । ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ଭାବେ ଅଧିନାୟକ ରୋହିତ, କ୍ୱାଣ୍ଟେନ ଡ଼ିକକ, ସୌରଭ ତିୱାରୀ ଅଛନ୍ତି । ସେହିପରି ବାଙ୍ଗାଲୋରରେ ଷ୍ଟାର ବ୍ୟାଟସମ୍ୟାନ ଏବି, ଅଧିନାୟକ କୋହଲି ଓ ଦେବଦତ୍ତ ପାଡ଼ିକଲ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । କିନ୍ତୁ ଆଇପିଏଲର ପ୍ରଥମ ମ୍ୟାଚରୁ ହିଁ କ୍ୟାପଟେନ କୋହଲିଙ୍କ ଫର୍ମକୁ ନେଇ ଟିମର ସମର୍ଥକ ବେଶ ଚିନ୍ତିତ । କୋହଲି ବିଗତ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ କୋହଲି ଦୁଇଟି ମ୍ୟାଚରୁ ମାତ୍ର ୧୫ରନ ସଂଗ୍ରହ କରିଛନ୍ତି । ତେଣୁ ଆଜିର ମ୍ୟାଚରେ କୋହଲି ତାଙ୍କ ପୁରୁଣା ଫର୍ମକୁ ଆସିବେ ବୋଲି ସମର୍ଥକ ଆଶା ରଖିଛନ୍ତି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0