ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ଗୁଳିକାଣ୍ଡକୁ ପୁରିଲା ୭୮ ବର୍ଷ । ହେଲେ ଏବେବି ପ୍ରଶାସନର ଅଢୁଆଳରେ ଲୁଚି ଯାଇଛି ଏହି ସ୍ଥାନର ଗାରିମା । ଦ୍ୱିତୀୟ ଜାଲିଆନା ୱାଲାବାଗ ହତ୍ୟାକାଣ୍ଡ ଭାବେ ପ୍ରସିଦ୍ଧ ଏହି ଇରମ ମାଟି ଏବେ ଅବହେଳିତ । ୨୦୧୫ ମସିହାରେ ଏହି ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ । ସହୀଦ ମାଟି ଭାବେ ପରିଚିତ ଏହି ମାଟିରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖ ଦିନ ଇଂରେଜମାନଙ୍କ ଗୁଳିରେ ଟଳିପଡ଼ିଥିଲେ ୨୯ ଜଣ ସ୍ୱାଧିନତା ସଂଗ୍ରାମୀ । ଇରମର ମେଳନ ପଡ଼ିଆରେ ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେବା ପାଇଁ ଇରମର ଜନସାଧାରଣ ରୁଣ୍ଡ ହୋଇଥିବା ସମୟରେ ଇଂରେଜ ମାନେ ଖବର ପାଇ ସେଠାରେ ଚାରି ଆଡ଼ୁ ଘେରିଯାଇ ଅତର୍କିତ ଗୁଳିଚାଳନା କରିଥିଲେ ଫଳରେ ଏହି ଗୁଳିକାଣ୍ଡରେ ପରିବେୱା ନାମକ ଜଣେ ମହିଳା ସହିତ ୧୨ ବର୍ଷର ଜଣେ ବାଳକ ମଧ୍ୟ ସହୀଦ ହୋଇଥିଲେ । ତେବେ ଏହି ଗୁଳିକାଣ୍ଡକୁ ୭୮ ବର୍ଷ ପୁରିବା ପରେ ମଧ୍ୟ ଏହି ସ୍ଥାନରେ ନାଁ ଅଛି ସହୀଦଙ୍କ ପ୍ରତିମୂର୍ତ୍ତୀ ନାଁ ଅଛି ପର୍ଯ୍ୟଟକ ମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା । ସରକାରଙ୍କ ଅଢୁଆଳରେ ଲୁଚି ଯାଇଛି ସହୀଦ ମାଟି ଇରମର ବିକାଶ କାର୍ଯ୍ୟ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0