spot_img

ମୋଦି ଥିବା ପର୍ଯ୍ୟନ୍ତ ଭାରତ-ପାକ ଶୃଙ୍ଖଳା ଅସମ୍ଭବ : ଆଫ୍ରିଦି

କରାଚି: ନିଜର ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ପାକିସ୍ଥାନି ବୋଲର ସାହିଦ ଆଫ୍ରିଦି ପୁଣି ଏବେ ଚର୍ଚ୍ଚାରେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଁ ଭାରତ ଓ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ସମ୍ଭବ ହୋଇପାରୁନି ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହଁ ବୋଲି ମନ୍ତବ୍ୟ ରଖିଛନ୍ତି । ଅନ୍ୟପଟେ ପାକିସ୍ଥାନ ସରକାର ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବା ପାଇଁ ସବୁବେଳେ ଆଗ୍ରହ ଦେଖାଇ ଆସୁଛି । ପାକିସ୍ଥାନର ଏକ ନୁ୍ୟଜ ଚ୍ୟାନେଲକୁ ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇ ଆଫ୍ରିଦି ପୁଣି ଚର୍ଚ୍ଚାରେ ଅଛନ୍ତି । ଆଫ୍ରିଦିଙ୍କ କହିବା ଅନୁସାରେ, ଆଇପିଏଲ ହେଉଛି କ୍ରିକେଟ ବିଶ୍ୱରେ ଏକ ବଡ଼ ବ୍ରାଣ୍ଡ ଏବଂ ଏହା ମଧ୍ୟ ପାକିସ୍ଥାନ ଖେଳାଳୀଙ୍କ ପାଇଁ ବହୁତ ବଡ଼ ସୁଯୋଗ । ହେଲେ ଆଇପିଏଲରେ ଖେଳିବା ପାଇଁ ବାବର ଆଜମ ହୁଅନ୍ତୁ ବା ଅନ୍ୟ ପାକ ଖେଳାଳି ସେମାନଙ୍କୁ ଭାରତ ଯିବାକୁ ପଡ଼ିବ ଏବଂ ଚାପରେ ଖେଳିବାକୁ ପଡ଼ିବ । ପୁଣି ସେମାନଙ୍କ ସହ ଡ଼୍ରେସିଂ ରୁମ ବାଣ୍ଟିବାକୁ ମଧ୍ୟ ପଡ଼ିବ । ତେଣୁ ତାଙ୍କ ମତରେ ପାକିସ୍ଥାନି ଖେଳାଳିମାନେ ବଡ଼ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଭାରତୀୟଙ୍କ ଠାରୁ ପାଇଥିବା ସମ୍ମାନ ଆଉ ଭଲପାଇବାକୁ ସେ ସବୁବେଳେ ପ୍ରଶଂସା କରିଥାନ୍ତି ବୋଲି ଆଫ୍ରିଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular