ଭୁବନେଶ୍ୱର: ଶ୍ରୀମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର । ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ପୁରୀରେ କରୋନା ସଂକ୍ରମଣ ବଢ଼ୁଛି । ପ୍ରାୟ ୪୦୦ରୁ ଅଧିକ ସେବାୟତ କରୋନା କବଳରେ ଅଛନ୍ତି । ଶ୍ରୀମନ୍ଦିର ସେବା ପୂଜା ଓ ନୀତିକାନ୍ତିଙ୍କୁ ନେଇ ଚିନ୍ତାରେ ଅଛି ପ୍ରଶାସନ । ସେପଟେ ଶ୍ରୀମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେଣୁ ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0