spot_img

ଅନଲକ୍-୫.୦ ଗାଇଡଲାଇନ ଜାରି..କେଉଁ କେଉଁ ନିୟମ ହେବ କୋହଳ ?

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସରକାର ଅନଲକ ୫.୦ ପାଇଁ ଗାଇଡଲାଇନ ଜାରି କରିପାରନ୍ତି । ପାର୍ବଣ ରୁତ ଥିବାରୁ ସରକାର ଏଥର ଆହୁରି କିଛି ନିୟମ କୋହଳ କରିପାରନ୍ତି ବୋଲି କୁହାଯାଉଛି । କରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସରକାର ଜୁନ ମାସରେ ଅନଲକ ପ୍ରକିୟା ଆରମ୍ଭ କରିଥିଲେ । ଗତ ମାସରେ ଗୃହ ମନ୍ତ୍ରାଳୟ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ କୋହଳ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଅନଲକ ୪.୦ ରେ ମଲ୍ ସେଲୁନ ,ଜିମ ୍ ହୋଟେଲ, ଓ ରେସ୍ତୋଁରେ , ଖୋଲିବାକୁ ଅନୁମତି ଦେଇଥିଲେ । ଅନଲକ୍ ୫.୦ ରେ ସିନେମା ହଲ ,ସ୍ୱିମିଙ୍ଗ ପୁଲ , ମନୋରଂଜନ ପାର୍କ ମଧ୍ୟ ଖୋଲିବା ନେଇ ଆଶଙ୍କା କରାଯାଉଛି । ମଲ୍ଟିପ୍ଲେସ ଆସୋସିଏସନ ଅଫ ଇଣ୍ତିଆ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଗାଇଡଲାଇନ ସହ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଉ । ଲକଡାଉନ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ଅନଲକ ୫.୦ରେ ପର୍ଯ୍ୟଟନ ସ୍ଥଳୀ ଖୋଲାଯାଇପାରେ ବୋଲି ଅନୁମାନ କରାଯାଉଛି । ଅନେକ ରାଜ୍ୟରେ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular