ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଏହି ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଚାରି ମାସ ବିତିଯାଇଛି । ତେବେ ଏହି ମାମଲା ପ୍ରଥମେ ମୁମ୍ବାଇ ପୁଲିସ ଓ ପରେ ବିହାର ପୁଲିସ ପରେ ଏବେ ସିବିଆଇ ହାତକୁ ଯାଇଛି । ଦିନକୁ ଦିନ ସମୟ ଗଡ଼ୁଥିବାରୁ ସିବିିଆଇର ତଦନ୍ତ ପ୍ରକ୍ରିୟା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ମାମଲାରେ ଆଜି ସିବିଆଇ ପକ୍ଷରୁ ଏକ ବୟାନ ଦିଆଯାଇଛି । ସିବିଆଇର କହିବା ଅନୁଯାୟୀ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସମସ୍ତ ଦିଗକୁ ଅର୍ନ୍ତଭୁକ୍ତ କରାଯାଇଛି । ପ୍ରଫେସନାଲ ଭାବେ ଏହି ମାମଲାର ତଦନ୍ତ କରାଯାଉଛି । ପ୍ରତ୍ୟେକଟି ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ବର୍ତ୍ତମାନ ସୁୁଦ୍ଧା ତଦନ୍ତ ପ୍ରକ୍ରିୟା ଯେତିକି ଆଗେଇଛି, ସମସ୍ତ ଦିଗକୁ ନେଇ ଆଗେଇଛି । ଏବେ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ସିବିଆଇ ସ୍ପଷ୍ଟ କରିଛି । ଅନ୍ୟପଟେ ସୁଶାନ୍ତ ସିଂହ ପରିବାରକୁ ମଧ୍ୟ ପଚରାଉଚରା ସିବିଆଇ କରିପାରେ ବୋଲି ଅନୁମାନ କରାଯାଉଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0