spot_img

୯୦ ବର୍ଷ ବୟସରେ ପାଦ ଥାପିଲେ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ସାରା ବିଶ୍ୱରେ ନିଜର ସୁମଧୁର ସ୍ୱର ପାଇଁ ବେଶ ଖ୍ୟାତି ଅର୍ଜନ କରିଥିବା ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ୯୦ତମ ଜନ୍ମଦିନ । ତାଙ୍କ ଜୀବନ କାଳରେ ପ୍ରାୟ ୨୫ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେଥିମଧ୍ୟରୁ ଅନେକ ଗୀତ ଲତାଙ୍କୁ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ସେ ୧୯୬୩ ମସିହାରେ ଏକ ଦେଶାତ୍ମବୋଧକ ଗୀତ ଗାଇ ସାାରା ଦେଶରେ ସମସ୍ତଙ୍କର ଧ୍ୟାନକୁ କେନ୍ଦ୍ରୀଭୁତ କରିପାରିଥିଲେ । ବାସ ତାପରେ ଆଉ ସେ ପଛକୁ ଚାହିଁ ନଥିଲେ । ଗୋଟେ ପରେ ଗୋଟେ ସୁମଧୁର ଗୀତ ଗାଇ ସେ ସଂଙ୍ଗୀତ ଜଗତରେ ପାହାଚ ପାର ପାହାଚ ଚଢିଚାଲିଥିଲେ । ୧୯୭୨ ମସିହାରେ ମୁକ୍ତିଲାଭ କରିଥିବା ‘ପାକିଜା’ ସିନେମାରେ ସେ କଣ୍ଠଦାନ କରିଥିଲେ । ଏହି ଗୀତଟି ସଂପୂର୍ଣ୍ଣ ଭିନ୍ନ ସ୍ୱାଦର ଥିଲା । ଏପରିକି ଏହି ଗୀତରେ ଲତାଙ୍କ ଗାୟନଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ଅମର ଗୀତ ଗୁଡ଼ିକ ମଧ୍ୟରୁ ‘ଶୋର’ ଚଳଚ୍ଚିତ୍ରର ‘ଏକ ପ୍ୟାର କା ନଗମା ହେ’ ଗୀତଟି ବେଶ ଲୋକପ୍ରିୟ ହୋଇପାରିଥିଲା । ପ୍ରସିଦ୍ଧ ସଙ୍ଗୀତକାର ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ଯୋଡ଼ି ଏହି ଗୀତଟିକୁ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular