spot_img

ଲଦାଖ ସୀମାରେ ମିସାଇଲ ‘ନିର୍ଭୟ’ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଲଦାଖ ଅଂଚଳରେ ଚୀନ ସେନାର ଉପଦ୍ରବ ବଢିବାରେ ଲାଗିଛି । ତେଣୁ ଚାଇନାକୁ ମାତ ଦେବା ପାଇଁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଚଳାଇଛି । କିଛିଦିନ ପୂର୍ବରୁ ଭାରତ ଏଲଏସିରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରିଥିବା ବେଳେ ଆଜି ପୁଣିଥରେ ଭାରତ ତାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିଛି । ଏଲଏସିରେ ଚୀନ ସେନାକୁ ମାତ ଦେବା ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୁରଗାମୀ ଲକ୍ଷ ଭେଦ କ୍ଷେପଣାସ୍ତ୍ର ନିର୍ଭୟକୁ ସୀମାରେ ମୁତୟନ କରିଛି ଭାରତ । ଅନ୍ୟପଟେ ଚାଇନା ତାର କ୍ଷେପଣାସ୍ତ୍ର ଖଞ୍ଜୁଥିବାରୁ ଭାରତ ମଧ୍ୟ ତା ପକ୍ଷରୁ ସାମରିକ ଶକ୍ତିକୁ ମୁତୟନ କରିବାରେ ଲାଗିଛି । ନିର୍ଭୟ ମିସାଇଲ ୧୦୦୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ରହିଛି । ଅର୍ଥାତ ଭାରତ ଅତି ସହଜରେ ତିବତରେ ଥିବା ଚାଇନାର ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ କରିପାରିବ । ଏହି ନିର୍ଭୟ ମିସାଇଲକୁ ଡ଼ିଆରଡ଼ିଓ ପ୍ରସ୍ତୁତ କରିଛି । ଦୀର୍ଘ ୭ ବର୍ଷ ପରୀକ୍ଷଣ ପରେ ଏହାକୁ ସୀମାରେ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular