ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆଜି ୧୨ଜଣ ମନ୍ତ୍ରୀ ଓ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଆଉ ଦୁଇଜଣଙ୍କ କୋଭିଡ ପଜିଟିଭ ଥିବା ଜଣାପଡ଼ିଥିଲା। ଏଥିସହ ବିଧାନସଭାରେ କାର୍ୟ୍ୟରତ ୩୬ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଥିବା ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକଙ୍କର ବି କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଶାସକ ଦଳର ୨ ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ ଓ ଦେବୀପ୍ରସାଦ ମିଶ୍ର କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକଙ୍କୁ ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ବାରଣ କରାଯାଇଛି। ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେସଶରେ ଅଂଶ ଗ୍ରହଣ କରିପାରିବେ ବୋଲି କୁହାଯାଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0