ମୁମ୍ବାଇ: ମହାମାରୀ କରୋନା ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରିଚାଲିଛି । ମହାମାରୀ ସମୟରେ ସତର୍କ ଓ ସଚେତନ ରହି ସୁଟିଂ ସେଟକୁ ଓହ୍ଲାଇଛନ୍ତି ଶାହିଦ କପୁର । ଆଗାମୀ ଚଳଚ୍ଚିତ୍ର ‘ଜର୍ସି’ ପାଇଁ ତାଙ୍କ ସୁଟିଂ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ୧୫ଦିନିଆ କ୍ରିକେଟ୍ ତାଲିମ ନେବେ, ଏହା ପରେ ସୁଟିଂ ପାଇଁ ଡେରାଡୁନ୍ ଯିବେ। ନିଜ ପରିବାର ପାଇଁ ସେ ସମସ୍ତ ସଚେତନତା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଜାନୁଆରୀରେ ଯେତେବେଳେ ସେ ଜର୍ସି ଚଳଚ୍ଚିତ୍ର ଚୁକ୍ତି କଲେ, ଫେବୃଆରୀ ଦ୍ବିତୀୟ ସପ୍ତାହରୁ ସୁଟିଂ ଆରମ୍ଭ ହେବାର ଥିଲା। କୋଭିଡ଼ ମହାମାରୀ ପାଇଁ ତାହା ସ୍ଥଗିତ ହୋଇଥିଲା ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0