ଭୁବନେଶ୍ୱର- ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲା ଦୁର୍ବୃତ୍ତ। ରାଜଧାନୀ ଉପକଣ୍ଠରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ଏହି ଲୁଟ ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ୪ଟା କିମ୍ବା ସାଢ଼େ ୪ ବେଳେ ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ କର୍ମଚାରୀମାନେ ବନ୍ଦ କରି ଘରକୁ ଯିବା ପୂର୍ବରୁ ଜଣେ ଦୁର୍ବୃତ୍ତ ଆସିଥିଲା। ଦୁର୍ବୃତ୍ତ ଜଣକ ବନ୍ଧୁକ ଦେଖାଇ କର୍ମଚାରୀମାନଙ୍କୁ ପ୍ରଥମେ ଭୟଭୀତ କରାଇଥିଲା। ଦୁର୍ବୃତ୍ତର ଆତଙ୍କରାଜରେ କର୍ମଚାରୀମାନେ ଡରି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ କ୍ୟାସିୟରଙ୍କ ଡ୍ରୟରରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲା। ଟଙ୍କା ଲୁଟ କରିବା ପରେ ସେ ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଫେରାର ହୋଇଯାଇଥିଲା। ବ୍ୟାଙ୍କରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0