ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଯାଞ୍ଚ ଜାରି ରହିଛି । ଗତକାଲି ଏମସର ସ୍ୱତନ୍ତ୍ର ଟିମ୍ ସୁଶାନ୍ତ ସିଂହ ମୃତ୍ୟ ସହ ଜଡ଼ିତ ତଥ୍ୟ ଯାଞ୍ଚ କରି ସିବିଆଇକୁ ହସ୍ତାନ୍ତର କରିଛି । କେସ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଟିମର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତାଙ୍କ କହିବାନୁସାରେ ଏମସ ଓ ସିବିଆଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଯଦି ଦରକାର ପଡ଼େ , ତେବେ ଦୁଇ ଟିମ୍ ପୁଣି ଥରେ ଭେଟି କଥା ବାର୍ତ୍ତା କରିବେ । ଏହି ରିପୋର୍ଟରୁ ସୁଶାନ୍ତ ସିଂହଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିଯିବ ବୋଲି ଚର୍ଚ୍ଚା ଚାଲିଛି । ତଦନ୍ତରେ ବିଳମ୍ବ ନେଇ ସିବିଆଇ ଉପରେ ପ୍ରଶ୍ନ ଉଠିଥିଲା । ମାମଲାର ସଠିକ୍ ତଦନ୍ତ ଚାଲିଛି ଓ କେସ୍ ସହ ଜଡ଼ିତ କୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟ ଛଡ଼ାନଯିବାକୁ ସିବିଆଇ ଚେଷ୍ଟା କରୁଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0