ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୦୪ ଜଣ, ପୁରୀ ଜିଲ୍ଲାରୁ ୨୯୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୨ ଜଣ, ଯାଜପୁର ଜିଲ୍ଲାରୁ ୧୬୭ ଜଣ, ମୟୂରଭଂଜ ଜିଲ୍ଲାରୁ ୧୫୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୩୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯ ଜଣ, ବରଗଡ଼, ବୌଦ୍ଧ ଜିଲ୍ଲାରୁ ୧୧୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0