spot_img

କଣ୍ଟେନର ପଛକୁ ଧକ୍କା ଦେଲା କାର, ଦୁଇ ଗୁରୁତର

ବସ୍ତା: ଜାତୀୟ ରାଜପଥ ନଂ- ୬୦ରେ ହଳଦୀପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ କଣ୍ଟେନର ସହ କାରର ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଭୋର ୪ଟା ପାଖାପାଖି ସମୟରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ଏକ କଣ୍ଟେନର୍ ହଳଦୀପଦା ନିକଟରେ ଥିବା ରେଲୱେ ବାଇପାସଠାରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହାପଛରେ ଆସୁଥିବା ଏକ କାର୍ ଉକ୍ତ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଉକ୍ତ କାରରେ ଥିବା ଦୁଇଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବାଲେଶ୍ବରର ସହଦେବଖୁଣ୍ଟା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular