spot_img

କରୋନା ପାଇଁ ଅଟକିବନି ସିଭିଲ ସର୍ଭିସ ପରୀକ୍ଷା: ୟୁପିଏସସି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସିଭିଲ ସର୍ଭିସ ପରୀକ୍ଷା ବନ୍ଦ ହେବନି । ଏନେଇ ୟୁପିଏସସି ସୁପ୍ରିମକୋର୍ଟଙ୍କୁ ଜଣାଇଛି । ସୂଚନା ଯୋଗ୍ୟ କି ଆସନ୍ତା ଅକ୍ଟୋବର ୪ ତାରିଖରେ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ( ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା ହେବାକୁ ସ୍ଥିର କରାଯାଇଛି । ମାତ୍ର କ଼ରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯିବନି ବୋଲି ୟୁପିଏସସି କୋର୍ଟଙ୍କୁ ଜଣେଇଛି । ପୂର୍ବରୁ ପରୀକ୍ଷା ବାତିଲ ନେଇ ସୁପ୍ରିମ କୋର୍ଟ ଏକ ଶୁଣାଣି କରିଥିଲା । ଏବଂ ୟୁପିଏସସିକୁ ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ବନ୍ୟା ପରିସ୍ଥିତି ଯୋଗୁଁ ସିଭିଲ ସର୍ଭିସ ପରୀକ୍ଷା ଦୁଇ ମାସ ଘୁଞ୍ଚି ଯାଇଥିଲା । ଏହାକୁ ନେଇ ୨୦ ଜଣ ଆଶାୟୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular