ଦିଲ୍ଲୀ: ମୁମ୍ବାଇର ଜନବହୁଳ ସ୍ଥାନ ଧରାବିରେ କରୋନା ଭାଇରସ୍ ଶୃଙ୍କଳ ଛିନ୍ନ ପାଇଁ ସରକାରଙ୍କ ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ଯେ ଇଟାଲି, ସ୍ପେନ୍ ଏବଂ ଦକ୍ଷିଣ କୋରିଆ ଏମତି କି, ଧରାବିରେ ସଂକ୍ରମଣ ବୃଦ୍ଧି ପାଇଲେ ବି କରୋନା ଭାଇରସ୍ କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ପ୍ରତିହତ କରାଯାଇପାରିବ । ସଂକ୍ରମଣ ଯେତେ ତୀବ୍ର ହେଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେଲେ ଏହାକୁ ନିୟନ୍ତ୍ରଣ କରିହେବ ବୋଲି ଜେନିଭାସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି । ଏହାର ଦୃଷ୍ଟାନ୍ତଗୁଡ଼ିକ ହେଉଛି ଇଟାଲି, ସ୍ପେନ୍ ଏବଂ ଦକ୍ଷିଣ କୋରିଆ ଓ ମହାନଗରୀ ମୁମ୍ବାଇର ଜନବହୁଳ ଧରାବି ବସ୍ତି। ପରୀକ୍ଷା, ଚିହ୍ନଟ, ପୃଥକୀକରଣ ଏବଂ ଆକ୍ରାନ୍ତମାନଙ୍କ ଚିକିତ୍ସା ହେଉଛି ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଓ ଭୂତାଣୁକୁ ଦମନ କରିବାର ମୂଳମନ୍ତ୍ର।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0