ପୁରୀ ୧୧।୦୭: ରଥଯାତ୍ରାରେ ସାମିଲ୍ ଥିବା ୪ହଜାରରୁ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ବର ସାହି ବାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଗାଡ଼ିଆ ଧର୍ମାଶଳାରେ ଏଥିପାଇଁ ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ଚାରିଦିନ ଧରି ସ୍ବାବ୍ ସଂଗ୍ରହ ପରେ ରିପୋର୍ଟ ଆସିଲେ ସୁପ୍ରିମକୋର୍ଟଙ୍କ ନିକଟରେ ଏହା ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଛି।
ତେବେ ରଥଯାତ୍ରା ପୂର୍ବରୁ ବି ବିଭିନ୍ନ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେବାୟତଙ୍କ ପରିବାରକୁ କରୋନା ଉପରେ ସଚେତନତା ସହ ସାନିଟାଇଜର ବଣ୍ଟାଯାଇଥିଲା। ବୟନିକାଠାରୁ ୫ହଜାର ମାସ୍କା କିଣାଯାଇ ସମସ୍ତଙ୍କୁ ବଣ୍ଟାଯାଇଥିଲା ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0