ଆସ୍କା: ଇଂରେଜ ଚାଲିଗଲେଣି । କିନ୍ତୁ କିଛି ବାବୁଙ୍କ ମନରୁ ସାହେବି ପଣିଆ ଯାଇନି । ଗଞ୍ଜାମର ହିଞ୍ଜିଳିକାଟୁରେ ଜଣେ ତହସିଲଦାରଙ୍କ ଦେହରେ ସାଇକେଲ ବାଜି ଯିବାରୁ ବାବୁ ରାଗି ଯାଇଥିଲେ । ଆଉ ନିଜ ତାକତ ଦେଖାଇବାକୁ ସାଇକେଲ ଚାଳକଙ୍କୁ ରାସ୍ତାରେ ବସଉଠ କରାଇଥିଲେ । ବସ୍ଉଠ୍ ନହେଲେ ମାଡ଼ ମାରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଛ ମାର୍କେଟରେ ଏହି ଘଟଣାଛି ।
ସୂଚନା ଅନୁଯାୟୀ, ହିଞ୍ଜିଳି ତହସିଲଦାର କରୋନା କଟକଣାର ତଦାରଖ କରିବା ପାଇଁ ମାଛ ମାର୍କେଟରେ ପହଞ୍ଚିଥିଲେ । ସେଠାରେ ମାର୍କେଟରେ ବୁଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କ ସାଇକେଲ ତାଙ୍କ ଦେହରେ ବାଜି ଯାଇଥିଲା । ଯାହାକୁ ନେଇ ତହସିଲଦାର ବାବୁ ରାଗରେ ଉତକ୍ଷିପ୍ତ ହୋଇଥିଲେ । ଉକ୍ତ ବ୍ୟବସାୟୀଙ୍କୁ ମାଛ ମାର୍କେଟ ମଝିରେ ଅଟକାଇ ସମସ୍ତଙ୍କ ସାମ୍ନାରେ ବସ୍ଉଠ୍ ହେବା ପାଇଁ କହିଥିଲେ । ବ୍ୟବସାୟୀ ଜଣଙ୍କ ବସ୍ଉଠ୍ ହେବାକୁ ମନା କରିଥିଲେ । କିନ୍ତୁ ତହସିଲଦାର ବାବୁ ତାଙ୍କ ଜିଦରେ ପୁରା ଅଟଳ ଥିଲେ । ହାତରେ ଧରିଥିବା ବାଡ଼ିରେ ମାଡ଼ ମାରିବା ସହ ୨୦ ଥର ବସ୍ଉଠ୍ ହେବା ପାଇଁ କହିଥିଲେ । ଏହାପରେ ମାଡ଼ ଭୟରେ ବ୍ୟବସାୟୀ ଜଣଙ୍କ ବସ୍ଉଠ ହୋଇଥିଲେ । ଏହାପରେ ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0