କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ ଜୈବ ବିବିଧତା ହରାଇବାରେ ଲାଗିଛି । ସେହିଭଳି ବହୁ ବର୍ଷ ଧରି ଚାଲିଆସିଥିବା ମିଶ୍ରିତ ଚାଷ ଲୋପ ପାଇ ଆସୁଥିବା ବେଳେ ବର୍ତ୍ତମାନ ଜଳସେଚନ ସୁବିଧା ଯୋଗୁଁ ହାଇବ୍ରିଡ଼ ଧାନ ଚାଷ ବ୍ୟାପକ ହେବାରେ ଲାଗିଛି । ଫଳରେ ବର୍ଷା ଅଭାବ ଦେଖାଗଲେ ଚାଷୀ ମରୁଡିର ଶିକାର ହେଉଛନ୍ତି । ବର୍ତ୍ତମାନ ପାରମ୍ପରିକ ଚାଷ ଯୋଗୁଁ ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ଦେଖାଯାଉଥିବା ନେଇ ଚାଷୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ଓ ଅନ୍ୟାନ୍ୟ ଜଳସେଚନର ବ୍ୟବସ୍ଥା ଯୋଗୁଁ କେବଳ ଧାନଚାଷ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ହାଇବ୍ରିଡ଼ ଧାନଚାଷ ଯୋଗୁଁ ଅଧିକ ଲାଭବାନ ହେଉଥିବା ଯୋଗୁଁ ଚାଷୀମାନେ ଅନ୍ୟ ଚାଷ ପ୍ରତି ମୁହଁ ଫେରାଉ ନେଉଛନ୍ତି । ଅଧିକ ଉତ୍ପାଦନ ପାଇଁ ଅଧିକ ସାର ଓ ଔଷଧ ପ୍ରୟୋଗ ଯୋଗୁଁ ମାଟିର ଜୈବ ବିବିଧତା ପ୍ରତି ବିପଦ ଦେଖା ଦେଇଛି । ଉଭୟ ଖରିଫ ଓ ରବିରେ କେବଳ ଧାନ ଚାଷ ପ୍ରତି ଚାଷୀମାନେ ବହୁତ ଅଧିକ ଲାଭ ଥିବା ଯୋଗୁଁ ଆକୃଷ୍ଟ ହେଉଛନ୍ତି । ଲୋପ ପାଉଥିବା ପାରମ୍ପରିକ ଧାନ ବର୍ତ୍ତମାନ କେବଳ ଗବେଷଣାଗାରର ପ୍ରୟୋଗଶାଳା ପାଲଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରମ୍ପରିକ ଚାଷ ଓ ମିଶ୍ରିତ ଚାଷ ପ୍ରତି ପ୍ରୋତ୍ସାହନ ପ୍ରଦାନ କରାନଗଲେ ଏହି ଚାଷ ଲୋପ ପାଇବା ସହିତ ଜୈବ ବିବିଧତା ପ୍ରତି ବିପଦ ଦେଖାଯିବ ବୋଲି ଚାଷୀମହଲରେ ପ୍ରକାଶ ପାଇଛି । ତେଣୁ କୃଷି ବିଭାଗ ପକ୍ଷରୁ ଏନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି କରି ପଦକ୍ଷେପ ନେବାକୁ ଚାଷୀ ମହଳରେ ଦାବୀ ହୋଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0