କଟକ : ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସଂପର୍କୀତ ମାମଲା। ସରକାରଙ୍କ ପକ୍ଷରୁ ଦାଖଲ ହେଲା ମିଳିତ କମିଟି ରିପୋର୍ଟ।
୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରିଛି କମିଟି। ବାର୍ଷିକ ୬ ହଜାର ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲର କୌଣସି ଫି କମିବନି। ୬ରୁ ୧୨ ହଜାର ଯାଏ ୭.୫%, ୧୨ରୁ ୨୪ ହଜାର ଯାଏ କମିବ ୧୨%। ୨୪ରୁ ୪୮ ହଜାର ଯାଏ ୧୫%, ୪୮ରୁ ୭୨ ହଜାର ଯାଏ କମିବ ୨୦%। ୭୨ରୁ ୧ ଲକ୍ଷ ଯାଏ ୨୫%, ୧ ଲକ୍ଷରୁ ଅଧିକ ପାଇଁ କମିବ ୨୬%। ରେସିଡେନ୍ସିଆଲ ସ୍କୁଲମାନଙ୍କରେ ଫି ୩୦% ହ୍ରାସ ପାଇଁ ସୁପାରିଶ କରାଯାଇଛି। ସରକାର, ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକଙ୍କୁ ନେଇ ହୋଇଥିଲା କମିଟି। ମାମଲାର ଶୁଣାଣି ଶେଷ ହୋଇଛି। ତେବେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। କରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ ଥିବା ବେଳେ ସ୍କୁଲ ଫି କମେଇବା ପାଇଁ ଅଭିଭାବକ ମହଲରୁ ଦାବି ହୋଇ ଆସୁଥିଲା। ଏନେଇ ହାଇକୋର୍ଟରେ ମାମଲା ହୋଇଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0