ନୂଆଦିଲ୍ଲୀ: ଭାରତରେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଆଜିଠାରୁ ତାର ସମସ୍ତ କାମ ବନ୍ଦ କରିଦେଇଛି । ଅନ୍ତର୍ଜାତୀୟ ମାନବ ସଂଗଠନ ବା ଆମେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ କହିଛି ଯେ ସରକାର ତାଙ୍କ କମ୍ପାନୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଲ କରି ଦେଇଛନ୍ତି। ତେଣୁ ବାଧ୍ୟ ହୋଇ କର୍ମଚାରୀ ଛଟେଇ କରିବାକୁ ପଡ଼ିଛି। ଏବେ କମ୍ପାନୀ ପାଖରେ ଅର୍ଥର ଅଭାବ ହେତୁ କମ୍ପାନୀ ଭାରତରେ ତାର ସମସ୍ତ କାମ ବନ୍ଦ କରିବାକୁ ବାଧ୍ୟ ହେଉଛି ବୋଲି କହିଛି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୦ ତାରିଖରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟକୁ ଭାରତ ସରକାର ସିଲ୍ କରିଛନ୍ତି ବୋଲି ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ କହିଛି। ମିଳିଥିବା ସୂଚନା ମୁତାବକ, ଗତ କିଛି ମାସ ଧରି ବିଦେଶୀ ମୁଦ୍ରା ଠକେଇ ମାମଲାରେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ବିରୋଧରେ ଇଡି ତଦନ୍ତ କରୁଛି। କମ୍ପାନୀର ବାଙ୍ଗାଲୋର କାର୍ୟ୍ୟାଳୟରେ ମଧ୍ୟ ଇଡି ପୂର୍ବରୁ ରେଡ କରିଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0