spot_img

ଜାପାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ପାଇଁ ଜାପାନ ଗସ୍ତରେ ଯିବେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଆସନ୍ତା ଅକ୍ଟୋବର ୬ ଓ ୭ ଦିନ ପାଇଁ ଜାପାନ ଗସ୍ତରେ ଯାଉଛନ୍ତି ବିଦେଶ ମନ୍ତ୍ରୀ । ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିସୁ ମୋଗଟିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପଇଁ ବିଦେଶ ଯିବେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିିକ ଏବଂ ଆଂଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ମନ୍ତ୍ରୀ ଜୟଶଙ୍କର ଅକ୍ଟୋବର ୬ରେ ଭାରତ-ଅଷ୍ଟ୍ରେଲିଆ-ଜାପାନ-ଆମେରିକାର ମନ୍ତ୍ରୀ ସ୍ଥରୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଜାପାନ ଗସ୍ତ ସମୟରେ ମନ୍ତ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ଏବଂ ଆମେରିକାର ବିଦେଶ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରାମର୍ଶ ମଧ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular