spot_img

ଯୌନକର୍ମୀଙ୍କୁ ରାସନ ଯୋଗାଇଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଏବଂ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଯୌନକର୍ମୀଙ୍କୁ ଖାଦ୍ୟସାମଗ୍ରୀ ଓ ରାସନ ଯୋଗାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିନା ରାସନ କାର୍ଡ ଓ ପରିଚୟ ପତ୍ରରେ ସେମାନଙ୍କୁ ରାସନ ଯୋଗାଇଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀ ସମୟରେ ସେମାନଙ୍କ ଆର୍ଥିକ ଅସୁବିଧାକୁ ଦୃଷ୍ଟିରେ ରଖି ଅଦାଲତ ଲପରି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଡସ ନିୟନ୍ତ୍ରଣ ସଙ୍ଗଠନ ଓ ଜିଲ୍ଲା ଆଇନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଯୌନକର୍ମୀଙ୍କ ମଧ୍ୟରୁ କେତେ ଜଣଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି, ସେ ସମ୍ପର୍କରେ ଆଫିଡେଭିଟ୍ ଜରିଆରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । କିନ୍ନରମାନଙ୍କ ପରି ଯୌନକର୍ମୀଙ୍କ ପାଇଁ ଆର୍ଥିକ ସହାୟତା ଦିଆଯାଇପାରିବ କି ନାହିଁ ବୋଲି ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular