ଭୁବନେଶ୍ୱର: କରୋନାକୁ ନେଇ ବିଧାନସଭାରେ ମୁଲତବି ପ୍ରସ୍ତାବ ଆସିଛି। ବିରୋଧୀ ଦଳ ପକ୍ଷରୁ କରୋନା ମହାମାରୀ ପରିଚାଳନାରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ବିଫଳତା ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାଦୀନତା ନେଇ ମୁଲତବି ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ଏହି ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି ଓ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାର ଉତ୍ତର ରଖିବେ ବୋଲି ଜାଣିବାକୁ ମିଳିଛି। ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ନିର୍ଦ୍ଧାରିତ ସମୟରେ ବିଧାନସଭା ଆରମ୍ଭ ହୋଇଛି। ପ୍ରାରମ୍ଭରେ କଂଗ୍ରେସ ବିଧାୟକ ଦଳର ନେତା ପ୍ରଶ୍ନକାଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ବିଧାନସଭାର କାର୍ୟ୍ୟଧାରା ସ୍ୱାଭାବିକ ରହିଥିବା ସୂଚନା ମିଳିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0