ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣୀ ଅଞ୍ଚଳରେ ଠାବ ହୋଇଛି ଏହି ନକଲି ଇଞ୍ଜିନ ଅଏଲ୍ କାରଖାନା । ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା ନକଲି ଇଞ୍ଜିନ ଅଏଲ । ଏହି କାରବାରରେ ସଂପୃକ୍ତ ଥିବା ମାଷ୍ଟର ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । । ସୂଚନା ଅନୁସାରେ ବାବାଜୀ ସାହୁଙ୍କ ଇସାରା ଚାଲୁଥିଲା ଏହି ପୁରା କାରବାର । ପୁଲିସ୍ ଚଢ଼ାଉ ବେଳେ ୬୫ ବ୍ୟାରେଲ୍ କିରୋସିନ୍, ୭୦ ବ୍ୟାରେଲ୍ ପୋଡ଼ା ମୋବିଲ୍, ୨ଟି ଲ୍ୟାପଟପ୍ ଓ ୨ଟି କାଲକୁଲେଟର ଜବତ କରିଛି ପୁଲିସ୍।
ସୂଚନା ମୁତାବକ, ବାଇକ୍ ଓ କାର୍ରେ ବ୍ୟବହୃତ ଲୁବ୍ରିକାଣ୍ଟ ଏଠାରରେ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍ରୁ ଖାଲି ଡବା ସଂଗ୍ରହ କରାଯିବା ସହ ବିଭିନ୍ନ ବ୍ରାଣ୍ଡର ଡବା କଲିକତାରେ ପ୍ରସ୍ତୁତ ହୋଇ ଆସୁଥିଲା। ଏଠାରେ ପୋଡ଼ା ମୋବିଲ ଓ ଟ୍ରାନ୍ସ୍ଫର୍ମର ଅଏଲ ମିଶ୍ରଣ କରାଯାଇ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍ ସହ ସହବନ୍ଧନ ରହିଥିଲା। ଗ୍ୟାରେଜ୍ ମାଲିକ ଏହି ନକଲି ମାଲ୍କୁ ଅସଲ ଦରରେ ବିକ୍ରି କରୁଥିଲା। ଗ୍ୟାରେଜ୍ର ଆବଶ୍ୟକତା ଅନୁସାରେ ମାଲ୍ ପହଞ୍ଚାଇ ଦିଆଯାଉ ଥିଲା। ଭୁବନେଶ୍ବର ସମେତ ଉପକଣ୍ଠରେ ଅଧିକ ପରିମାଣରେ ଏହି ନକଲି ବିକ୍ରି ହେଉଥିଲା। ପୁରୀ, କଟକ ମଧ୍ୟ ପଠା ଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ନେଇ ଅଧିକ ପଚରା ଉଚରା ଚାଲିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0