spot_img

ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ

ନିଆଳି : ଆଶ୍ୱୀନରେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି । ନିଆଳିରେ ଚାଷୀ ବିକଳ ଚିତ୍ର । ଯେଉଁ ସମୟରେ ଚାଷୀ ହସିବା କଥା ସେ ସମୟରେ ଏମିତି ପାଣି ଅଭାବକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ବିଲରେ ପାଣି ନଥିବାରୁ ମରୁଡି ଆଶଙ୍କାରେ ଭାଙ୍ଗି ପଡିଛି ଚାଷୀ । ନିଆଳି ମାଧବରୁ ପିତାପଡା କେନାଲରେ କେନାଲ ପାଣି ଆସୁନଥିବାରୁ ଚାଷୀର ଚିନ୍ତା ବଢିଯାଇଛି । ଚାଷୀ ଧାନ ଚାଷକୁ ବଂଚାଇବାକୁ ନିଜେ ବ୍ୟୟ ବହୁଳ ଉପାୟରେ ଜଳସେଚନ ଆପଣେଇଛି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular