spot_img

କୋଭିଡ୍ ପରିଚାଳନା ନେଇ ଓଡିଶାକୁ ଡବ୍ଲୁଏଚଓର ପ୍ରଂଶସା

ଭୁବନେଶ୍ୱର: ଭଲ କୋଭିଡ ପରିଚାଳନା ପାଇଁ ଓଡିଶାକୁ ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସଙ୍ଗଠନ ପକ୍ଷରୁ କୁହାଯାଇଛି, ମହାମାରୀ ସମୟରେ କୋଭିଡକୁ ଠିକ୍ ଭାବେ ପରିଚାଳନା କରିପାରିଛି ଓଡିଶା । ଠିକ ପରିଚାଳନା ଯୋଗୁଁ ରାଜ୍ୟରେ ମୃତ୍ୟୁହାର କମ ଓ ସୁସ୍ଥହାର ଅଧିକ ରହିଛି । କରୋନା ମୁକାବିଲା ପାଇଁ ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇ ପରିଚାଳନାକୁ ବିକେନ୍ଦ୍ରୀକରଣ କରାଯାଇପାରିଛି । ଉଚ୍ଚ ଟେଷ୍ଟିଂ କୌଶଳ ସହ ପ୍ରଭାବଶାଳୀ ଢଙ୍ଗରେ ରୋଗୀଙ୍କ ଯତ୍ନ ନିଆଯାଇପାରିଛି ବୋଲି କହିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ କୋଭିଡ କେୟାର ସେଂଟର ପ୍ରତିଷ୍ଠା କରି ଲୋକଙ୍କୁ ସ୍ୱାସ୍ୱ୍ୟ ସୁବିଧା ଯୋଗାଇଦେଇପାରିଛି ।

କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଠିକ ଭାବେ ପରିଚାଳନା କରିଛି ଓଡିଶା । ସବୁଠାରୁ ବଡକଥା ହେଲା, କୋଭିଡ ପରିଚାଳନାରେ ମିଶନ ଶକ୍ତିକୁ ସାମିଲ କରାଯାପାରିଛି । ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ସାମାଜିକ ଦୂରତା, ସଚେତନତା, ଚିକିତ୍ସା କ୍ଷେତ୍ରରେ ଠିକ ନିଷ୍ପତି ନିଆଯାଇଛି । ଆଉ ଏସବୁର ଠିକ ଭାବେ ତଦାରଖ ବି ହୋଇପାରିଛି । ଓଡିଶାର ଟେଷ୍ଟି ଷ୍ଟ୍ରାଟେଜିକୁ ବି ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular