spot_img

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ

ଅନୁଗୋଳ : ଅନୁଗୋଳ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟରେ କାର୍ୟ୍ୟରତ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। ଅନୁଗୋଳ ଏମ.ଭି.ଆଇଙ୍କ ସମେତ ମୋଟ ୩୨ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ବିଶେଷ କରି ଏହି କାର୍ୟ୍ୟାଳୟରୁ କିଛି ଲୋକଙ୍କର କରୋନା ପଜିଟିଭ ଆସିଲା ପରେ ସମସ୍ତଙ୍କର କରୋନା ଟେଷ୍ଟ ହୋଇଛି । ପରେ ସମ୍ପୂର୍ଣ୍ଣ ଅଫିସକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ଅନୁଗୋଳରେ ଜଟିଳ ହେବାକୁ ଲାଗିଛି କରୋନା ସଂକ୍ରମଣ । ଏହି ସଂଖ୍ୟା ଏବେ ୪୩୫୨ରେ ପହଁଚିଛି । ବିଶେଷ କରି ହାଟ ବଜାର ମୁକୁଳା ହୋଇଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି । ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular