spot_img

କୁଆଖାଇ ନଦୀରୁ ଗଳିତ ମୃତଦେହ ଉଦ୍ଧାର

ବାଲିପାଟଣା: ସହିଦନଗର ଥାନା ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନୂଆହାଟ ଅଞ୍ଚଳର ରଜନୀକାନ୍ତ ମହାପାତ୍ର । ସେ ଭୁବନେଶ୍ୱର ଆଇଗିଣିଆ ଅଂଚଳରେ ସପରିବାର ଭଡାରେ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମବାର ଦିନ ମଞ୍ଚେଶ୍ୱରଠାରେ କୁଆଖାଇ ନଦୀକୁ ଡେଇଁପଡିଥିଲେ ରଜନୀକାନ୍ତ । ପରିବାର ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । କେଉଁ କାରଣରୁ ସେ ନଦୀକୁ ଡେଇଁପଡିଥିଲେ ତାହା ଜଣାପଡିନାହିଁ । ପୋଲିସ ବାଲିଅନ୍ତା ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଛି । ସହିଦନଗର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular