ନୂଆଦିଲ୍ଲୀ – ହାଥରସ ଗଣଦୁଷ୍କର୍ମ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ ବିଶ୍ବ ହିନ୍ଦୁ ସେନା ଅଧ୍ୟକ୍ଷ ହାଥରସ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତର ପ୍ରଦେଶ ପୋଲିସ୍ ଉପରେ ବର୍ଷିଛନ୍ତି। ଚାରି ଜଣ ଅଭିଯୁକ୍ତଙ୍କ ପ୍ରାଇଭେଟ୍ ପାର୍ଟ କାଟି ଆଣିଲେ ନଗଦ ୨୫ ଲକ୍ଷ ଟଙ୍କା ଦେବା ଘୋଷଣା କରିଛନ୍ତି। ସେ ଏହାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି।
ବିଶ୍ବ ହିନ୍ଦୁ ସେନା ଅଧ୍ୟକ୍ଷ ଅରୁଣ ପାଠକଙ୍କ ଗୋଟିଏ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଦେଶରେ ମୋଦି ଓ ୟୁପିରେ ଯୋଗୀ ସରକାର ଆସିବାରୁ ଲାଗିଲା ଧର୍ମର ଶାସନ ଆସିଲା ମାତ୍ର ବ୍ରାହ୍ମଣ ଓ ଦଳିତଙ୍କ ପ୍ରତି ଉତ୍ପୀଡନ ବଢ଼ିଲା। ଏମାନେ ବିଜେପି ସଦସ୍ୟ ନ ହେବାରୁ ଏମାନଙ୍କ ଉପରେ ଉତ୍ପୀଡନ ବଢ଼ୁଛି। ପୂର୍ବରୁ କିନ୍ତୁ ଏମିତି ନ ଥିଲା।
ଅରୁଣ ଠାକରେ କହିଛନ୍ତି ବଳାତ୍କାରୀମାନେ ଝିଅର ତ ବଳାତ୍କାର କଲା ମାତ୍ର ୟୁପି ପୋଲିସ୍ ଏବେ ପୀଡ଼ିତାଙ୍କ ପରିବାରର ମାନସିକ ବଳାତ୍କାର କରୁଛି। ଉତ୍ତର ପ୍ରଦେଶରେ ଯାହା ହେଉଛି ଓ ଉତ୍ତର ପ୍ରଦେଶ ପୋଲିସ ଯାହା କରୁଛି ତାହା ଆଦୌ କ୍ଷମଣୀୟ ନୁହେଁ। ସେ କହିଛନ୍ତି ଯୋଗୀଙ୍କ ପୋଲିସ୍ ପୀଡ଼ିତାଙ୍କ ବାପାମାଆ ଆସିବା ପର୍ୟ୍ୟନ୍ତ ମଧ୍ୟ ଅପେକ୍ଷା କଲେ ନାହିଁ। ଅଧରାତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କଲେ। ପରିବାର ଲୋକଙ୍କୁ ଝିଅର ମୁହଁ ଶେଷ ଥର ପାଇଁ ଦେଖିବାର ସୁଯୋଗ ବି ଦେଲେ ନାହିଁ।
ଏହାରି ଭିତରେ ହିନ୍ଦୁ ସେନା ଅଧ୍ୟକ୍ଷ ବଡ଼ ଘୋଷଣା କରିଛନ୍ତି। ଚାରି ଦୁଷ୍କର୍ମକାରୀଙ୍କ ଗୁପ୍ତାଙ୍ଗ କାଟି ଯିଏ ଆଣିବ ତାକୁ ସେ ନଗଦ ୨୫ ଲକ୍ଷ ଟଙ୍କା ଦେବେ କହିଛନ୍ତି। ଏ ପାଇଁ ତାଙ୍କୁ ତାଙ୍କ ସମ୍ପତି ବିକିବାକୁ ପଡ଼ୁ କି ଉଧାର ଆଣିବାକୁ ପଡ଼ୁ ସେ ସବୁ କିଛି କରିବାକୁ ପ୍ରସ୍ତୁତ। ଯାହା ହେଲେ ବି ସେ ଟଙ୍କା ଦେବେ କହିଛନ୍ତି।
ସେ ଆହୁରି କହିଛନ୍ତି, ସମୟ ଥାଉ ଥାଉ ଯୋଗୀ ପୋଲିସଙ୍କୁ ସମ୍ଭାଳି ନିଅନ୍ତୁ। ତାଙ୍କ ପୋଲିସଙ୍କୁ ଯେଉଁଠି ବାହାଦୁରି ଦେଖାଇବା ଦରକାର ସେଠାରେ ଦେଖାଉ ନାହାନ୍ତି। ଲୋକଙ୍କୁ ଅନୁରୋଧ, ସମୟ ଆସିଛି ସଚେତନ ହୁଅନ୍ତୁ। ସହିବାର ସୀମା ଉଲ୍ଲଘଂନ ହେଲାଣି। ପୁଣି ଥରେ କ୍ରାନ୍ତି ଦରକାର। ଏମିତି ସରକାରଙ୍କୁ ବଦଳାଇବାକୁ ପଡ଼ିବ। କେବଳ ଗୋଟିଏ ପକ୍ଷରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏ ସରକାର। ଏମିତି ମୁଖ୍ୟମନ୍ତ୍ରୀଙ୍କୁ ତତ୍କାଳ ବଦଳାଇବା ଦରକାର।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0