ଯାଜପୁର: ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବେହେରା ସାହିରେ । ମୃତକ ହେଲେ ବାଇଧର ବେହେରା । ତାଙ୍କ ବୟସ ୭୨ ବର୍ଷ ।
ସୂଚନାଯୋଗ୍ୟ ଯେ, ବୁଧବାର ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0