ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସଂକ୍ରମିତ ହୋଇଥିବା ରାଜ୍ୟର ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ମୁଖ୍ୟମନ୍ତ୍ରୀ ସୁସ୍ଥତା କାମନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିପନ୍ନ କୋଭିଡ୍ ହସ୍ପିଟାଲ୍ରେ ମିଳୁଥିବା ସେବା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାଗୁଡ଼ିକରେ ଠିକ ଭାବେ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ ତାହା ଅବଗତ ହୋଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0