spot_img

ବାୟୁରେ ବ୍ୟାପୁଛିକି କରୋନା ଭୂତାଣୁ , ବୈଜ୍ଞାନିକଙ୍କ ଦାବି ପରେ ଗାଇଡଲାଇନ୍ ପରିବର୍ତନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କରୋନା ଭୂତାଣୁ ବାୟୁ ବାହିତ ବୋଲି ବୈଜ୍ଞାନିକମାନେ ଦାବି କରିବା ପରେ ଗାଇଡଲାଇନ ପରିବର୍ତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ । ଯଦିଓ ଏହାକୁ ପ୍ରମାଣ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ହୁ କହିଛି । ତଥାପି ପୂର୍ବ ନିର୍ଦ୍ଦେଶାବଳୀରେ ପରିବର୍ତନ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ମାରିଆ ଭାନ୍ କେରକୋଭ କରୋନା ଭୂତାଣୁ ବାୟୁବାହିତ ବୋଲି କହିଛନ୍ତି । କରୋନା ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଡାକ୍ତର ମାରିଆ ଭାନ୍ କହିଛନ୍ତି।

ତେବେ ନୂଆ ଗାଇଡଲାଇନ ଅନୁସାରେଟ୍ଟ
– କର୍ମସ୍ଥଳୀ, ନାଇଟକ୍ଲବ୍, ରେଷ୍ଟୁରାଂଟ୍ ଆଦି ଜନଗହଳି ହେଉଥିବା ସ୍ଥାନରେ କୋଭିଡ-୧୯ର ସଂକ୍ରମଣ ବଢିପାରେ ବୋଲି ହୁ କହିଛି
– ଯେଉଁ ସ୍ଥାନରେ ଲୋକେ ବଡପାଟିରେ କଥାବାର୍ତା କରନ୍ତି କିମ୍ବା ଗୀତ ବୋଲା ଯାଉଥିବା ସ୍ଥାନରେ ସଂକ୍ରମଣ ଆଶଙ୍କା ଅଧିକ
– ଯେଉଁସବୁ ସ୍ଥାନରେ ପବନ ଚଳପ୍ରଚଳ କରୁନଥିବ ସେଠାରେ ମଧ୍ୟ ସଂକ୍ରମଣର ଆଶଙ୍କା ଅଧିକ ରହିପାରେ
– ବିଶେଷ କରି ଆବଦ୍ଧ ଅଂଚଳରେ ଏକଧିକ ଲୋକ ଏକାଠି ହେବାକୁ ବାରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

LEAVE A REPLY

Please enter your comment!
Please enter your name here

- Advertisment -

Most Popular