spot_img

ସରକାରଙ୍କ ବିରୋଧରେ ହାଇକୋର୍ଟ ଯିବେ ନିଲମ୍ବିତ ପୁର୍ବତନ ଡିଜି ପୁରୁଷୋତ୍ତମ ଶର୍ମା

ଭୋପାଲ – ମଧ୍ୟ ପ୍ରଦେଶରେ ସ୍ପେଶାଲ ଡିଜି ପଦବୀରୁ ହଟାଇ ଦିଆଯାଇଥିବା ପୁରୁଷୋତ୍ତମ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି । ଏହା କାର୍ୟ୍ୟାନୁଷ୍ଠାନ ବିରୋଧରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି । ସେ ଏହି ମାମଲାକୁ ପୁରୁଷ ପ୍ରତାଡନା ମାମଲା କହିଛନ୍ତି । ପୁରୁଷୋତ୍ତମ ଶର୍ମା ଗୃହ ବିଭାଗକୁ ପଥିରେଥିବା ନିଜ ଜବାବରେ କହିଛନ୍ତି ଯେ ଏହା ପୁରୁଷ ପ୍ରତାଡନା ମାମଲା । ଏହି ମାମଲା ଘରୋଇ ହିଂସାର ନୁହେଁ କି ମହିଳା ପ୍ରତାଡନାର ନୁହେଁ । ସେ କହିଛନ୍ତି ଭିଡିଓ ସମ୍ପୂର୍ଣ ଯୋଜନାବଦ୍ଧ । ସେ ମାରପିଟ୍ କରିନଥିଲେ ବରଂ ଠେଲାପେଲା କରିଥିଲେ । ସେ ବହୁ ବର୍ଷ ହେଲା ନିଜ ପତ୍ନୀର ପ୍ରତାଡନା ସହ୍ୟ କରିଆସୁଛନ୍ତି ଏବଂ ପରିବାରକୁ ବଞ୍ଚାଇବା ପାଇଁ ସେ ଏତେ ବର୍ଷ ହେଲା କୌଣସି ପଦକ୍ଷେପ ନେଇନଥିଲେ ବୋଲି କହିଛନ୍ତି । ନିଜ ପକ୍ଷ ରଖି ଜବାବରେ ସେ କହିଛନ୍ତି ଲୋକ ଅଭିଯୋଜନା ପଦବୀରୁ ହଟାଇବା ନିଷ୍ପତ୍ତିକୁ ସେ ସ୍ୱୀକାର କରିଥିଲେ କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ନିଲମ୍ବନକୁ ନେଇ ସେ ଦୁଃଖିତ ଏବଂ ଏଥିପାଇଁ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ଇତିହାସରେ ପ୍ରଥମଥର ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଜ୍ଝ ପତ୍ନୀଙ୍କୁ ମାରପିଟ କରିଥିବା ଭିଡିଓ ଭାଇରାଲ ହେବାପରେ ସରକାର ପ୍ରଥମେ ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ଲୋକ ଅଭିଯୋଜନା ପଦବୀରୁ ହଟାଇ ଦିଆଯାଇଥିଲା ଜ୍ଝ ଏହାପରେ ତାଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଓ ଏହି ସ୍ପଷ୍ଟୀକରଣ ଉପରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବାକୁ ଆଦେଶ ଦେଇଥିଲେ । ଗୃହ ବିଭାଗର ଆଦେଶରେ ଏଲକହଜାଇଥିଲା ଯେ ପୁରୁଷୋତ୍ତମ ଶର୍ମାଙ୍କୁ ୨୭ ତାରିଖର ଭାଇରାଲ ଭିଡିଓ ସମ୍ବନ୍ଧରେ ୨୮ ତାରିଖରେ ସ୍ପଷ୍ଟୀକରଣ ନୋଟିସ ଜାରି କରାଯାଇଥିଲା । କିନ୍ତୁ ତାଙ୍କ ଜବାବ ଅସନ୍ତୋଷଜନକ ଥିଲା । ସେଥିପାଇଁ ତାଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି । ନିଲମ୍ବିତ ସମୟରେ ପୁରୁଷୋତ୍ତମ ଶର୍ମା ପୋଲିସ ମୁଖ୍ୟାଳୟରେ ରହିବେ ।ଏକ ଗଣମାଧ୍ୟମକୁ ପୁରୁଷୋତ୍ତମ ଶର୍ମା କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ବ୍ଲାକମେଲ କରୁଛନ୍ତି । ସେ ତାଙ୍କ ପାଖରେ ଏହିଭଳି ଦାବି ରଖିଛନ୍ତି ଯାହା ସେ ଜୀବନରେ କେବେ ପୁରା କରିପାରିବେ ନାହିଁ । ଯୋଜନାବଦ୍ଧ ଭାବେ ତାଙ୍କର ଭିଡିଓ କରି ତାକୁ ଭାଇରାଲ କରାଯାଇଛି । ଦାବି ପୂରଣ ନ କଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯିବ ବୋଲି ତାଙ୍କୁ ଧମକ ମଧ୍ୟ ଦିଆଯାଉଛି ବୋଲି ପୁରୁଷୋତ୍ତମ ଶର୍ମା କହିଛନ୍ତି । ତାଙ୍କ ପତ୍ନୀ ଏକ କୋଟି ଟଙ୍କା, ସ୍ୱାମୀଙ୍କ ଦରମାର ଅଧା ଓ ଅଧା ପେନସନ ସହ ଅନେକ ଜାଗାରେ ଘର ଦାବି କରାଯାଇଛି ବୋଲି ପୁରୁଷୋତ୍ତମ ନିଜ ପତ୍ନୀ ବିରୋଧରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular