ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ଆଣିଥିଲେ ଗ୍ରାହକ। ବ୍ୟାଙ୍କର ନିୟମ ଅନୁସାରେ ଯେତେବେଳେ ଗ୍ରାହକମାନେ ସେମାନଙ୍କ ସୁନା ନେବାକୁ ଚାହୁଁଛନ୍ତି, ସେତେବେଳେ ବ୍ୟାଙ୍କ ପାଖରେ ସୁନା ନାହିଁ।
ସୂଚନା ଥାଉକି ୨୦୦୮ ମସିହା ଏପ୍ରିଲ ମାସରେ ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ୨ କେଜି ୩୦୦ ଗ୍ରାମର ସୁନା-ଗହଣା ଲୁଟି ନେଇଥିଲେ। ଏହାକିଛି ଦିନ ପରେ ସୁନା ବନ୍ଧକ ରଖିଥିବା ୫୦ ଗ୍ରାହକଙ୍କୁ ସୁନା ବଦଳରେ ସେମାନଙ୍କୁ ଟଙ୍କା ଦିଆଯାଇଥିଲା।୫୦ ଜଣ ବ୍ୟାଙ୍କଠାରୁ ସୁନାର ମୂଲ୍ୟ ପାଇବା ପରେ ଘରେ ଚୁପ୍ଚାପ ରହିଯାଇଥିଲେ। ମାତ୍ର ବ୍ୟାଙ୍କରେ ସୁନା ବନ୍ଧକ ରଖିଥିବା ଆଉ ୩୩ ଜଣ ରହିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରେ ରଖିଥିବା ବନ୍ଧକ ସୁନା ପାଇନାହାନ୍ତି। ୭ ଦିନ ଭିତରେ ସୁନା ନ ମିଳିଲେ, ଧର୍ମଶାଳ ଷ୍ଟେଟ୍ ବ୍ୟାଙ୍କରେ ତାଲ ପକାଇବାକୁ ଗ୍ରାହକମାନେ ଚେତାବନୀ ଦେଇଛନ୍ତି। ବ୍ୟାଙ୍କରେ ଥିବା ବନ୍ଧକ ସୁନାର ନିର୍ଦ୍ଧାରଣ ମୂଲ୍ୟ ଦେବାକୁ ମଧ୍ୟ ଦାବି କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କ ସୁନା ଫେରାଇ ଦିଆଯିବ ବୋଲି ବ୍ୟାଙ୍କର ଉଚ୍ଚ କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0