ନୂଆଦିଲ୍ଲୀ -: ଆୟକର ବିଭାଗ ବୁଧବାର ବଢୁଥିବା କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଆସେସମେଣ୍ଟ ଇୟର ୨୦୧୯-୨୦ର ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାର ସମୟ ସୀମାକୁ ୨୦୨୦ ନଭେମ୍ବର ୩୦କୁ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଟ୍ୟାକ୍ସ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିଲା। ସିବିଡିଟି ଏକ ଟ୍ଵିଜ୍ ଜରିଆରେ କହିଛନ୍ତି ଏହି ମୁସ୍କିଲ ସମୟରେ ଲୋକଙ୍କୁ ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଉ ଏକ ବିଜ୍ଞପ୍ତିରେ ଆୟକର ବିଭାଗ କହିଛନ୍ତି, ସେପ୍ଟେମ୍ବର ୩୦ ସୁଦ୍ଧା ୩୩ ଲକ୍ଷ କରଦାତାଙ୍କୁ ୧.୧୮ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି। ପର୍ସନାଲ ଇନକମ ଟ୍ୟାକ୍ସର ରିଫଣ୍ଡ ଭାବେ ୩୧.୭୫ ଲକ୍ଷ କରଦାତାଙ୍କୁ ୩୨,୨୩୦ କୋଟି ଟଙ୍କା ଦିଆଯାଇଛି। ସେହି ଭଳି କର୍ପୋରେଟ୍ ଟ୍ୟାକ୍ସରେ ୧.୭୮ ଲକ୍ଷ କରଦାତାଙ୍କୁ ୮୬,୦୯୪ କୋଟି ଟଙ୍କା ରିଫଣ୍ଡ କରାଯାଇଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0