କେରଳ: କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟବହାର କରାଯାଉଥିବା ମାସ୍କକୁ ଏବେ ସ୍ମଗଲରମାନେ ସୁନା ଚାଲଣ ପାଇଁ ବ୍ୟବହାର କଲେଣି । ଏନ-୯୫ ମାସ୍କରେ ୪୦ ଗ୍ରାମର ସୁନା ଲୁଚାଇ ନେଉଥିଲେ ବ୍ୟକ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । ସୂଚନା ମୁତାବକ, କେରଳରେ ଜଣେ ବ୍ୟକ୍ତି ନିଜ ଏନ-୯୫ ମାସ୍କରେ ୪୦ ଗ୍ରମା ସୁନା ଚୋରାରେ ନେଉଥିବା ବେଳେ କୋଝିକୋଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡିଛି । ଉକ୍ତ ବ୍ୟକ୍ତି ଜଣକ ୟୁଏଇରୁ ଆସିଥିବା ଜରାପଡିଛି । ଚାଲାଣ ହେଉଥିବା ସୁନାର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ । ଏନ-୯୫ ମାସ୍କର ନିଃଶ୍ୱାସ ନେବା ପାଇଁ ଥିବା ଫାଙ୍କା ସ୍ଥାନରେ ସୁନା ରଖିଥିଲେ । ବିମାନବନ୍ଦର ଅଧିକାରୀଙ୍କୁ ତାଙ୍କ ହାବଭାବ ଦେଖି ସନେ୍ଦହ ହେବାରୁ ସେ ତାଙ୍କୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ମାସ୍କ ଖୋଲି ଦେଖିବାରୁ ସେଥିରେ ସୁନା ଥିବା ଜଣାପଡିଥିଲା ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0