ଭୁବନେଶ୍ୱର: ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ), ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ଆଜି ରାଜ୍ୟ ବିଧାନସଭା ସମ୍ମୁଖରେ ସମସ୍ତ କରୋନା ରୋଗୀମାନଙ୍କର ଚିକିିତ୍ସାର ଅବ୍ୟବସ୍ଥା ଦୂର କରିବା, ପ୍ରବାସୀ ଶ୍ରମିକମାନଙ୍କୁ ବର୍ଷ ତମାମ ମନରେଗା ମାଧ୍ୟମରେ ଦୈନିକ ସର୍ବନିମ୍ନ ୬୦୦ଟଙ୍କା ମଜୁରୀ ଦେଇ କାମ ଯୋଗାଇ ଦେବା, ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଜିକରଣ କରି ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିିତ କରିବା, ରାଶନ କାର୍ଡ଼ ଥାଉ ବା ନ ଥାଉ ସମସ୍ତ ଅଭାବୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା, ସ୍କିମ ଶ୍ରମିକମାନଙ୍କୁ ନିୟମିତ ଦରମା ଦେବା, ପରଚାରିକାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା, ଚାଷୀ ଓ ଭାଗଚାଷୀମାନଙ୍କୁ ସମସ୍ତ ଋଣ ଛାଡ଼ କରିବା ସଙ୍ଗେ ସଙ୍ଗେ ରିହାତି ଦରରେ ସାର, କୃଷି ଉପକରଣ, ବିହନ ଓ କୀଟନାଶକ ଇତ୍ୟାଦି ଯୋଗାଇ ଦେବା ସହିତ ସାରର କଳାବଜାର ବନ୍ଦ କରିବା, ବନ୍ୟାରେ ନଷ୍ଟ ହୋଇଥିବା ଚାଷ ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା, ବନ୍ୟା ଓ ବାତ୍ୟାରେ ଭାଙ୍ଗି ଯାଇଥିବା ଘର ବାବଦରେ ଟଙ୍କା ଦେବା ପରିବର୍ତ୍ତେ ପରିବାର ପିଛା ଦୁଇ ବଖରା କୋଠାଘର ସରକାରୀ ଦାୟିତ୍ୱରେ ନିର୍ମାଣ କରିବା, ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତା ସଂଶୋଧନ ଅଧ୍ୟାଦେଶ ବାତିଲ କରିବା ଆଦି ବିଷୟକୁ ନେଇ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ରାଜ୍ୟ ସଂପାଦକ ମଣ୍ଡଳୀର ସଭ୍ୟ ରଘୁନାଥ ଦାସ, ଛବି ମହାନ୍ତି ରାଜ୍ୟ କମିଟି ସଭ୍ୟ ରାଜେନ୍ଦ୍ର ବର୍ମା, ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବେହେରା ସମେତ ଅନେକ କର୍ମମର୍ତ୍ତା ଯୋଗଦେଇଥିଲେ ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 1