ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୬ ଶହ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୬ ଶହ ୧୫ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୪୯୭ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୭୧ ଜଣ, ପୁରୀରୁ ୧୯୭ ଜଣ, ରାୟଗଡ଼ାରୁ ୩୯ ଜଣ, ଭଦ୍ରକରୁ ୬୧ ଜଣ, ମୟୂରଭଞ୍ଜରୁ ୧୨୩ ଜଣ, ସୁନ୍ଦରଗଡ଼ରୁ ୭୩ ଜଣ, ବରଗଡ଼ରୁ ୮୬ ଜଣ, କେନ୍ଦୁଝରରୁ ୪୭ ଜଣ, ଗଞ୍ଜାମରୁ ୪୨ ଜଣ, ନବରଙ୍ଗପୁରରୁ ୫୭ ଜଣ, କେରାପୁଟରୁ ୪୭ ଜଣ, ସମ୍ବଲପୁରରୁ ୭୩ ଜଣ, ନୟାଗଡ଼ରୁ ୬୪ ଜଣ, ସୁବର୍ଣ୍ଣପୁରରୁ ୭୦ ଜଣ, ଜଗତସିଂହପୁରରୁ ୮୩ ଜଣ, ଅନୁଗୁଳରୁ ୧୮୮ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, ବୌଦ୍ଧରୁ ୨୦ ଜଣ, ବଲାଙ୍ଗିରରୁ ୮୧ ଜଣ, ନୂଆପଡ଼ାରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୦୬ ଜଣ, କଳାହାଣ୍ଡିରୁ ୧୦୬ ଜଣ, କନ୍ଧମାଳରୁ ୫୯ ଜଣ, ଦେବଗଡ଼ରୁ ୧୨ ଜଣ, ଯାଜପୁରରୁ ୧୪୪ ଜଣ, ଢ଼େଙ୍କାନାଳରୁ ୬୦ ଜଣ, ଗଜପତିରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୧୨୩ ଜଣ ଓ ବାଲେଶ୍ୱରରୁ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130787
Total Views : 9900026
Visitors Online Now : 0