ଅହମଦାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜୁରାଟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଗୁଜୁରାଟରେ ଏଣିକି ସ୍କୁଲ ଫି ବାବଦରେ ୨୫ % ଛାଡ଼ କରାଯିବ । ଜୁନ୍ ୨୦୨୦-ମାର୍ଚ୍ଚ ୨୦୨୧ ଶିକ୍ଷାବର୍ଷରେ ଏହାକୁ ଲାଗୁ କରାଯିବ ନେଇ ସୂଚନା ମିଳିଛି । ସ୍କୁଲଗୁଡ଼ିକ ବଦଳ ଫି ସହ ଅନ୍ୟ କୌଣସି ଅତିରିକ୍ତ ଫି ଚାର୍ଜ କରିପାରିବେ ନାହିଁ । ଏହି ନିୟମ ଗୁଜୁରାଟର ସମସ୍ତ ସିବିଏସଇ ସ୍କୁଲଗୁଡ଼ିକରେ ଲାଗୁ ହେବ । ନିଜସ୍ୱ ଅର୍ଥରେ ପରିଚାଳିତ ଏହି ସ୍କୁଲଗୁଡ଼ିକ ୨୫% ଟ୍ୟୁସନ ଫି ଛାଡ଼ କରିବା ପାଇଁ ରାଜି ହୋଇଛନ୍ତି ବୋଲି ଗୁଜୁରାଟର ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି । ରାଜ୍ୟ ସରକାର ପ୍ରଥମେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ସ୍କୁଲ ଫି ୨୫% ଛାଡ଼ କରାଯିବା ସପକ୍ଷରେ ମତ ରଖିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0