କନ୍ଧମାଳ : ପ୍ରତି ମୂହୁର୍ତ୍ତରେ କାଳିପେନୁ ନଦୀ ଦେଇ ବିପଦପୁର୍ଣ୍ଣ ଯାତ୍ରା କରୁଥିଲେ କନ୍ଧମାଳ ଜିଲ୍ଳା ବିରିନ୍ଦାପଡା ଗ୍ରାମବାସୀ । ପୋଲ ପାଇଁ ଦାବି କରି ଶେଷରେ ନିରାଶ ହୋଇ ଦୁଇଟି ବିଦ୍ୟୁତ ତାରକୁ ବାନ୍ଧି ଝୁଲା ପୋଲଟିଏ କରିଥିଲେ । ଘଟଣା ଗଣମାଧ୍ୟରେ ପ୍ରକାଶ ପାଇଲା । ତାପରେ ଘଟଣାସ୍ଥଳରେ ଜିଲା ପ୍ରଶାସନ ପହଞ୍ଚି ତାର ଗୁଡିକୁ କାଢି ପକାଇଥିଲେ । ଏହାପରେ କନ୍ଧମାଳ ଜିଲାପାଳ ଟୁଇଟ କରି ଜଣାଇଲେ । ରାଇକିଆ ବ୍ଲକ ବଂଜାମା ଦେଇ ବିରିନ୍ଦାପଡାକୁ ପକାରାସ୍ତା ରାସ୍ତା ଥିବା ନେଇ ସୂଚନା ଦେଇଥିଲେ ।
କିନ୍ତୁ ଦେଖିବାକୁ ମିଳିଛି ସେହି ସ୍ଥାନରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ । ବାଇକଟିଏ ମଧ୍ୟ ଯାଇପାରିବ ନାହିଁ । କେବଳ ଏତିକି ନୁହେଁ ଏହି ରାସ୍ତା ୧୨ ରୁ ୧୫ କିଲୋମିଟର ଦୂର ହେବ ଏହିପରି ରହିଛି । ପଞ୍ଚାୟତକୁ ଯିବା ପାଇଁ ସେଥିପାଇଁ ଗ୍ରାମବାସୀ ରୋକଠୋକ ମନା କରିଦେଇଛନ୍ତି । ଏପଟେ ତାର କାଢି ଦିଆଯିବା ପରେ ଲୋକେ ବିପଦପୂର୍ଣ୍ଣ ଭାବରେ ପାଣି ଭିତରେ ପଶି ପ୍ରତିଦିନ ଯାଆସ କରୁଛନ୍ତି । ପ୍ରଶାସନ କେବଳ ତାର କାଢି ଦେଇ କାମ ସାରି ଦେଇଛି । କିନ୍ତୁ ଉପାନ୍ତ ଅଂଚଳର ଏହି ରାସ୍ତାକୁ ମରାମତି ନେଇ କିଛି ଧ୍ୟାନ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0