ନୀଳଗିରି : ନୀଳଗିରି ଥାନା ଅଧିନ ମିତ୍ରପୁର ନିକଟ ତୈଳାସାହି ଗ୍ରାମର ଶ୍ୟାମସୁନ୍ଦର ସିଂ (୫୦) ବୁଧବାର ରାତ୍ର ୮ ଟା ସମୟରେ ପାଖ ବିଲକୁ ଶୌଚ ହେବାପାଇଁ ଯାଇଥିଲେ। ଏହି ସମୟରେ ଏକ ମାଈ ଭାଲୁ ତାର ୨ଟି ଛୁଆ ସହ ସେହି ରାସ୍ତାଦେଇ ଯାଉଥିଲା। ମାଈ ଭାଲୁଟି ଅଧିକ ହିଂସ୍ର ହୋଇଉଠି ଯୁବକ ଜଣଙ୍କୁ ଆକ୍ରମଣ କରିଥିଲା। ଜୀବନ ବିକଳରେ ସେ ଡାକ ପକାଇବାରୁ ସ୍ଥାନୀୟ ଲୋକେ ଦୌଡ଼ି ଯିବାରୁ ଭାଲୁଟି ଛାଡି ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରକୁ ବାଲେଶ୍ଵର ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ବେକରେ ଗଭୀର କ୍ଷତ ଲାଗିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଭାଲୁ ଗୁଡି଼କ ଖାଦ୍ୟ ପାଇଁ ପାଖ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖସି ଆସି ଜନବସତି ମୁହାଁ ହେଉଥିବାରୁ ରାସ୍ତାରେ ଯିଏ ପଡିଥାଏ ତାକୁ ଆତର୍କିତ ଆକ୍ରମଣ କରିଥାନ୍ତି। ସଂରକ୍ଷିତ ଜଙ୍ଗଲରୁ ଖସି ଆସି ଜନବସତି ମୁହାଁ ହେଉଥିବାରୁ ରାସ୍ତାରେ ଯିଏ ପଡିଥାଏ ତାକୁ ଆତର୍କିତ ଆକ୍ରମଣ କାରିଥାନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0