ଭୁବନେଶ୍ୱର: ୭ ବର୍ଷ ପରେ ବଢିଲା ବିଜୁଳି ଦର । ଶେଷଥର ପାଇଁ ୨୦୧୩-୧୪ ରେ ବଢିଥିଲା ବିଦ୍ୟୁତ ଦର । କିନ୍ତୁ ଏଥିରୁ ବାଦ ପଡ଼ିବେ ବିପିଏଲ ଏବଂ ଚାଷୀ । ୫୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ଘରୋଇ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇିଁ ଲାଗୁ ହୋଇଛି ଏହି ନିୟମ ।ବିଦ୍ୟୁତ ଦର ୟୁନିଟ ପିଛା ବଢ଼ିଛି ମାତ୍ର ୨୦ ପଇସା ।
କୋଭିଡ଼ ସମୟରେ କେନ୍ଦ୍ର ସରକାରଙ୍କ NTPC, NHPC ଓ PGCIL ପ୍ରାୟ ୬୮ ପଇସା ଦର ବଢ଼ାଇଥିଲୋ । ଗୋଟେ ଦୁଇଟି ରାଜ୍ୟକୁ ଛାଡ଼ି ବାକି ରାଜ୍ୟରେ ବିଜୁଳି ଦର ଓଡ଼ିଶାଠୁ ଅଧିକ ରହିଛି । କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ତୁଳନାରେ ୨୦ ପଇସା ବଢ଼ାଇବା କେବଳ ୪ ପ୍ରତିଶତ ବୋଲି ବିଧାନସଭାରେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0