spot_img

ଅକ୍ଟୋବର ୨ତାରିଖରୁ ଢେଙ୍କାନାଳ ପୌରାଞ୍ଚଳ ସଟ୍ ଡାଉନ୍

ଢେଙ୍କାନାଳ ଢେଙ୍କାନାଳ ପୌରାଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଅକ୍ଟୋବର ୨ତାରିଖରୁ ଆସନ୍ତା ୧୫ତାରିଖ ଯାଏଁ ଢେଙ୍କାନାଳ ପୌରାଞ୍ଚଳକୁ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ପରଠାରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ଉପରେ ଏହି କଟକଣା କୋହଳ କରାଯାଇଛି । ଏହାକୁ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସାଙ୍ଗକୁ ଜରିମାନା ଆଦାୟ କରାଯିବ ବୋଲି ଘୋଷଣା ହୋଇଛି ।

ସହରରେ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ବାଣିଜ୍ୟ ପ୍ରତିଷ୍ଠାନର ପ୍ରସ୍ତାବ କ୍ରମେ ଜିଲ୍ଲାପାଳ ପୌରାଞ୍ଚଳକୁ ସଟ୍ ଡାଉନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପୌରସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଡାକବାଜି ଯନ୍ତ୍ର ମାଧ୍ୟମରେ ଏହି ସଟ୍ ଡାଉନ୍ ଘୋଷଣା କରାଯିବ ବୋଲି ଜନସାଧାରଣମାନଙ୍କୁ ସଚେତନ କରିବା ପାଇଁ ପ୍ରଚାର କରାଯାଉଥିବା ପ୍ରକାଶ କରିଛନ୍ତି ପୌରନିର୍ବାହୀ ଅଧିକାରୀ

LEAVE A REPLY

Please enter your comment!
Please enter your name here

- Advertisment -

Most Popular