ଭୁବନେଶ୍ୱର : ରାଜଧାନୀ ଦିନ ଦ୍ୱିପ୍ରହରରେ ହେଉଛି ଲୁଟ୍। ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ ଘଟିଛି ଏପରି ଲୁଟ୍ପାଟ୍। ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କଠାରୁ ଦୁର୍ବୃତ୍ତ ମୋବାଇଲ୍ ଝାମ୍ପି ନେଉଥିଲେ। ଫଳରେ ଯୁବତୀ ଜଣକ ସ୍କୁଟିରୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି।
ଯୁବତୀ ଜଣକ ସ୍କୁଟିରେ ରସୁଲଗଡ୍ କେନାଲ୍ ରୋଡ୍ ଅଞ୍ଚଳରେ ଏକୁଟିଆ ଯାଉଥିଲେ। ଏହା ଦେଖି ଦୁର୍ବୃତ୍ତମାନେ ତାଙ୍କୁ ପିଛା କରିଥିଲେ। ପରେ ଏକୁଟିଆ ଦେଖି ଦ୍ରୁତ ଗତିରେ ଆସି ମୋବାଇଲ ଝାମ୍ପି ନେଇ ପଳାଇଥିଲେ ଦୁର୍ବୃତ୍ତ। ଫଳରେ ଯୁବତୀ ଜଣକ ସ୍କୁଟିରୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସର ପିସିଆର୍ ଭ୍ୟାନ୍ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ବାପା ଏନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0