spot_img

ଦୈନିକ ତିନୋଟି ସିପ୍ଟରେ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ । ଦୈନିକ ତିନୋଟି ସିଫ୍ଟରେ କମ୍ପ୍ୟୁଟର ବେସଡ ଟେଷ୍ଟ ମୋଡରେ ହେବ ଓଜେଇଇ ପରୀକ୍ଷା । ସକାଳ ୯ରୁ ୧୧, ଦିନ ୧୨ଟା ୩୦ ଓ ୪ଟାରୁ ୬ଟା ଯାଏଁ ହେବ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ରୁ ଡାଉନଲୋଡ କରିପାରିବେ ଆଡମିଟ୍ କାର୍ଡ । ଅକ୍ଟୋବର ୧୨ ରୁ ୧୯ ତାରିଖ ଯାଏଁ ହେବ ଓଜେଇଇ ପରୀକ୍ଷା । ଚଳିତ ବର୍ଷ ରେକର୍ଡ ୭୯ ହଜାର ୮ ଶହ ପିଲା ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ୫୩ ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ ୩ଟି ସେଣ୍ଟରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ରାଜ୍ୟ ଭିତରେ ୨୧ ଟି ସହରରେ ୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular