ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ଦାବି କରିଛି କଂଗ୍ରେସ। ଏ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କଂଗ୍ରେସ ପକ୍ଷରୁ ଦର୍ଶାଯାଇଛି ଯେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଘର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖେଶ୍ୱର ପଞ୍ଚାୟତରେ। ତାଙ୍କ ପିତା ଶରତ ଚନ୍ଦ୍ର ମହାପାତ୍ର ଜନତା ଦଳର ସ୍ଥାନୀୟ ନେତା ଥିଲେ ଏବଂ ୧୯୯୬-୯୭ରେ ଶଙ୍ଖେଶ୍ୱର ପଞ୍ଚାୟତର ସରପଞ୍ଚ ଥିଲେ। ଏହା ତିର୍ତ୍ତୋଲ ଉପନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବା ଦିଗରେ ବାଧା ସୃଷ୍ଟି କରିପାରେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି କାରଣରୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବଦଳାଯାଉ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କଂଗ୍ରେସର ପ୍ରତିନିଧି ମଣ୍ଡଳୀଙ୍କୁ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦେଇଥିବା ନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 1