ସମ୍ବଲପୁର: ଓଡିଶାରେ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ରହିଛି ଗାନ୍ଧି ମନ୍ଦିର । ପ୍ରତ୍ୟକ ବର୍ଷ ଗାନ୍ଧି ଜୟନ୍ତୀ ଅବସରରେ ଏହି ମନ୍ଦିରକୁ ଅନେକ ଲୋକ ଆସି ବାପୁଙ୍କ ଦର୍ଶନ କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମନ୍ଦିର ଖୋଲା ହୋଇ ପୂଜା ହେଉଛି କିନ୍ତୁ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଛଡା ଯାଉନାହିଁ ।
ସୂଚନାଅନୁଯାୟୀ ରେଢାଖୋଲର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧି ମନ୍ଦିରକୁ ନିର୍ମାଣ କରିଥିଲେ । ୧୯୭୪ ମସିହାରେ ଏହି ମନ୍ଦିରକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0